covid 19 india...

sameer kahal

covid 19

Episodes

  1. 03/22/2020

    coronavirus...

    *୨୨ ମାର୍ଚ୍ଚ ୨୦୨୦ - ଜନତା କର୍ଫ୍ୟୁର ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଅର୍ଥ - ଅତ୍ୟନ୍ତ ବୁଦ୍ଧିମତ୍ତାର ପରିଚାୟକ* ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା 22 ମାର୍ଚ୍ଚ 2020 କୁ ଜନତା କର୍ଫ୍ୟୁ ଘୋଷିତ କରାଯାଇଛି , କରୋନ ଭୂତାଣୁ ବିରୁଦ୍ଧରେ ଏହା ଏକ ଅତ୍ୟନ୍ତ ବୁଦ୍ଧିମତ୍ତା ଭାର ବୈଜ୍ଞାନିକ ଓ ଆଧ୍ୟାତ୍ମିକ ପଦକ୍ଷେପ ଅଟେ | ଯଦି ଆପଣ ଏ ବିଷୟରେ ବିଝିବା ପାଇଁ ଚେଷ୍ଟା କରନ୍ତି, ତାହେଲେ ଆପଣ ଏହି ପଦକ୍ଷେପରେ ନା କେବଳ ୧୦୦% ସମର୍ଥନ ଦେବେ ବରଂ ଯେତେବେଳେ ଅନ୍ତଃକରଣରୁ ଓ ପୂର୍ଣ୍ଣ ଉତ୍ସାହ ସହିତ ସମର୍ଥନ କରିବେ ସେତେବେଳେ ଏକ ଅବିଶ୍ଵାସନୀୟ ପରିଣାମ ଆଗକୁ ଆସିବ | ଆସନ୍ତୁ ଏହାକୁ ବୁଝିବା ପାଇଁ ଚେଷ୍ଟା କରିବା | କ’ଣ ଆପଣ ଜାଣନ୍ତି କରୋନ ଭୂତାଣୁର ଆୟୁ ବିଭିନ୍ନ ପରିସ୍ଥିତିରେ କେତେ ହୋଇଥାଏ | କରୋନ ଭୂତାଣୁ ସାଧାରଣ କିନ୍ତୁ ବିଭିନ୍ନ ପରିସ୍ଥିତିରେ ୩ ରୁ ୭୨ ଘଣ୍ଟା ଯାଏ ସକ୍ରିୟ ରହିପାରେ ଅର୍ଥାତ ଏହାର ଆୟୁ ଏତିକି ମାତ୍ର, ଯାହା ସର୍ବୋତ୍ତମ ୭୨ ଘଣ୍ଟା ଯାଏ, କିନ୍ତୁ ଅଧିକାଂଶ ୩୬ ଘଣ୍ଟାରେ ହିଁ ସମାପ୍ତ ହୋଇଯାଆନ୍ତି | ଏବେ ଯଦି ସରକାର ସଂପୂର୍ଣ୍ଣ ଦେଶକୁ କ୍ୟାରେଣ୍ଟାଇନ (ପୃଥକ ) କରିବା ପାଇଁ ଚାହାନ୍ତି କିମ୍ବା ଡାକ୍ତରଖାନାରେ ଆଇସୋଲେସନ ୱାର୍ଡରେ ଭର୍ତ୍ତି କରିବା ପାଇଁ ଚାହାନ୍ତି ଏହା କ’ଣ ସମ୍ଭବ, ଆଦୌ ନୁହଁ | ସେଥିପାଇଁ ବହୁତ ବୁଦ୍ଧିମତ୍ତା ସହିତ ମୋଦୀଜୀ ଓ ତାଙ୍କର ପରାମର୍ଶଦାତ୍ତା ରବିବାର ଦିନଟିକୁ ବାଛିଛନ୍ତି, ଯେଉଁଦିନ ସମସ୍ତ ଦେଶବାସୀଙ୍କୁ ଘରେ ଅଟକାଇ ରଖିବା ସରଳ | ଏବେ ଏହାକୁ ଧ୍ୟାନ ଦେଇ ବୁଝନ୍ତୁ | ଯେତେବେଳେ ଆମେ ସମସ୍ତଙ୍କୁ ୨୨ ତାରିଖ ସକାଳୁ ୭ଟାରୁ ରାତି ୯ଟା ଯାଏ ଜନତା କର୍ଫ୍ୟୁ ନାମରେ ଘରେ ରହିବା ପାଇଁ କୁହାଯାଇଛି ସେଇଟା ପୁଣି ରବିବାର ଛୁଟି ଦିନରେ ତାହେଲେ ଏହାର ସିଧା ଅର୍ଥ ଯେ ସଂପୂର୍ଣ୍ଣ ଦେଶବାସୀଙ୍କୁ ୩୬ ଘଣ୍ଟା ଯାଏ କ୍ୟାରେଣ୍ଟାଇନରେ ରହିବା ପାଇଁ ଏକ ବୁଦ୍ଧିମତ୍ତା ପୂର୍ଣ୍ଣ ନିବେଦନରେ ମନେଇବା | କାରଣ ଯେତେବେଳେ ଆମେ ସମସ୍ତେ ୨୧ ମାର୍ଚ୍ଚ ସନ୍ଧ୍ୟା କିମ୍ବା ରାତିରେ ଘରକୁ ଫେରିବା ଏବଂ ସାରା ରାତି ଘରେ ରହିବା ଯାହାକି ଏକ ସାଧାରଣ କଥା, ପୁଣି ତା’ ପରଦିନ ୨୨ ମାର୍ଚ୍ଚ ସକାଳୁ ୭ଟାରୁ ରାତି ୯ଟା ଯାଏ ଜନତା କର୍ଫ୍ୟୁ ପାଇଁ ଘରେ ରହିବା ଏବଂ ପୁଣି ଏହାପରେ ଘରେ ହିଁ ଶୋଇଯିବା ଓ ୨୩ ମାର୍ଚ୍ଚ ସକାଳେ ଉଠିବା | ଏହାର ଅର୍ଥ ୨୧ ମାର୍ଚ୍ଚ ରାତିରୁ ୨୩ ମାର୍ଚ୍ଚ ସକାଳ ଯାଏ ଘରେ ହିଁ ରହିବା ତାହେଲେ ଆମେ ନିଜେ ନିଜକୁ ଘରେ ହିଁ ୩୬ ଘଣ୍ଟା ପାଇଁ କ୍ୟାରେଣ୍ଟାଇନ ନିବାସ କରିପାରିବା | ଅର୍ଥାତ ଯଦି କେଉଁଠି କରୋନ ଭୂତାଣୁ ଅଛି ତାହେଲେ ତାକୁ, ୩୬ ଘଣ୍ଟାର ଏହି କ୍ୟାରେଣ୍ଟାଇନ ବାସ କିମ୍ବା ଆଇସୋଲେସନ ୱାର୍ଡ ପରି ସ୍ଥିତି ଦ୍ଵାରା ବୃଦ୍ଧି ହେବାପାଇଁ କୌଣସି ମାଧ୍ୟମ ମିଳିବ ନାହିଁ ଏବଂ ପାଖାପାଖି ସମାପ୍ତ ହୋଇଯିବା ସ୍ଥିତିକୁ ପହଞ୍ଚିଯିବ | ଏହିପରି ସଂପୂର୍ଣ୍ଣ ଦେଶ ଏକ ବୈଜ୍ଞାନିକ ପ୍ରୟୋଗ ମାଧ୍ୟମରେ କରୋନ ଭୂତାଣୁକୁ ପରାସ୍ତ କରିବାର ସଶକ୍ତ ସ୍ଥିତିକୁ ଆସିଯିବ | ଅନ୍ୟ ପଟେ ଯେତେବେଳେ ସନ୍ଧ୍ୟା ୫ଟାରେ, ଲୋକେ ନିଜ କବାଟ ବା ଝରକା ସାମନାରେ ଛିଡାହୋଇ ୫ ମିନିଟ ଯାଏ ଥାଳି କିମ୍ବା ତାଳି ବଜେଇ ସେ ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବେ ତାହେଲେ ଏହା ମଧ୍ୟ ଏକ ଆଧ୍ୟାତ୍ମିକ ପ୍ରୟୋଗ ଯାହା ମାଧ୍ୟମରେ ସେ ପ୍ରାଣାକର୍ଷଣ କରି କରୋନ ସହିତ ଲଡୁଥିବା ବ୍ୟକ୍ତିଙ୍କୁ ସଶକ୍ତ ବା ସମ୍ବଳ ପ୍ରଦାନ କରାହେବ | ଇଂରାଜୀରେ ଏହାକୁ LAW OF ATTRACTION କହନ୍ତି | *ଏହି ପ୍ରକାରରେ ନରେନ୍ଦ୍ର ମୋଦୀଙ୍କ ସରକାର ଅଦ୍ଭୂତପୂର୍ଣ୍ଣ ବୁଦ୍ଧିମତ୍ତା ସହିତ କରୋନ ଭୂତାଣୁକୁ ସମୂଳ ନାଶ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି | ଏହି ଯୋଜନାକୁ ବୁଝିବା ଓ କାର୍ଯ୍ୟକାରୀ କରିବାର ବହୁତ ଆବଶ୍ୟକତା ଅଛି |* *ଆମେ ସମସ୍ତେ ସାବଧାନ ରହିବା ଏବଂ ସଚେତନତା ସହ ପାଦ ବଢେଇ ଏହି ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଯୋଜନାକୁ କାର୍ଯ୍ୟକାରୀ କରିବାରେ ସହୃଦୟରୁ ସହଯୋଗୀ ହେବା |* 🙏🙏🙏🙏🙏🙏

About

covid 19